ବିଷ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ

ସୋର: ବେଲେଶ୍ବର ଜିଲା ସିମୁଳିଆ ବ୍ଲକ ଅନ୍ତର୍ଗତ କବୀରପୁର ଗ୍ରାମରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକଙ୍କ ନାମ ବିଜୟ ପରିଡ଼ା ବୋଲି ଜଣାପଡ଼ିଛି । ସେ ଋଣ ଭାର ଯୋଗୁଁ ବିଷ ପିଇଥିବାନେଇ ପରିବର ଲୋକେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ବିଜୟ ବିଲରୁ ଫେରିବାପରେ ଅସୁସ୍ଥ ହୋଇପଡିଥିଲେ। ପ୍ରଥମେ ତାଙ୍କୁ ମାର୍କୋଣା ମେଡିକାଲ ନିଆଯାଇଥିଲା ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତରଣ କରାଯାଇଥିଲା।  ବୁଧବାର ଭଦ୍ରକ ମେଡିକାଲରେ ବିଜୟଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।