ଆକ୍ରମଣରେ ଆହତ ଯୁବକଙ୍କ ମୃତ୍ୟୁ

ଢେଙ୍କାନାଳ : ସଂଘବଧ ଆକ୍ରମଣରେ ଆହତ ହୋଇ ଚିକିତ୍ସାଧୀନ ଆବସ୍ଥାରେ ଥିବା ଯୁବକଙ୍କର ଗରୁବାର ମୃତ୍ୟୁ ହୋଇଛି  ।  ମୃତକ ଯୁବକ ହେଲେ ଗନ୍ଦିଆ ଥାନା ଭୂତିଆ ସାହିର ପ୍ରତାପ ଭୂତିଆ । ସୂଚନା ଅନୁଯାୟୀ,  ଗତ ମଙ୍ଗଳବାର ଦିନ ଗନ୍ଦିଆ ଛକରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଇନ୍ଦିରା ଆବାସ ବଣ୍ଟନକୁ କେନ୍ଦ୍ରକରି ଯୁବକଙ୍କୁ ଦୁର୍ବୃତ ମନେ ଆକ୍ରମଣ କରିଥିଲେ । ଅଭିଯୁକ୍ତଙ୍କ ମଧ୍ୟରୁ ଆଜି ୪ ଜଣକୁ ପୁଲିସ ଅଟକ ରଖିଛି ।

Comments are closed.