ସର୍ପାଘାତରେ ନାବାଳିକା ମୃତ

ନୀଳଗିରି : ନୀଳଗିରି ଅନ୍ତର୍ଗତ ବରହମପୁର ଥାନା ନିକଟ ଡାଳିମପାଳର ନୂଆସାହି ଗାଁରେ ସର୍ପାଘାତରେ ଜଣେ ନାବାଳିକାର ମୃତ୍ୟୁ ହୋଇଛି। ମୃତ ନାବାଳିକା ହେଉଛନ୍ତି ନୀଳକଣ୍ଠ ପାତ୍ରଙ୍କ ଝିଅ ନିନି (୮)। ସେ ରବିବାର ବିଳମ୍ବିତ ରାତିରେ ପରିସ୍ରା କରିବାକୁ ଘର ବାହାରକୁ ଯାଇଥିବା ବେଳେ ସର୍ପାଘାତର ଶିକାର ହୋଇଥିଲେ। ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ନୀଳଗିରିର ମେଡିକାଲକୁ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Comments are closed.