ବିଦ୍ୟୁତ ମରାମତି ବେଳେ ସେସୁ କର୍ମଚାରୀଙ୍କ ମୃତ୍ୟୁ ଘଟଣା ; ଅନ୍ୟ କର୍ମଚାରୀ ଅସନ୍ତୋଷ

ପୁରୀ : ବାତ୍ୟା ‘ଫନି’ ପରେ ପୁରୀ ସହରରେ ବିଦ୍ୟୁତ ସଂଯୋଗ ପାଇଁ ମରାମତି କାର୍ଯ୍ୟ କରୁଥିବା ବେଳେ ସେସୁର ଜଣେ କର୍ମଚାରୀଙ୍କ ମୃତ୍ୟୁ ଗୁରୁବାର ବିଳମ୍ବିତ ରାତିରେ ଘଟିଛି। ଏହାକୁ ନେଇ ଅନ୍ୟ ସେସୁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମୃତ କର୍ମଚାରୀ ହେଉଛନ୍ତି ପିପିଲି ଥାନା ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର ଗ୍ରାମର ପବିତ୍ର ଜେନା। ତାଙ୍କୁ ବାଧ୍ୟ କରାଇ କାମରେ ନିୟୋଜିତ କରିବାରୁ ଏହି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ ଯେ, ଗୁରୁବାର ବିଳମ୍ବିତ ରାତିରେ ସଦର ଥାନା ନିକଟ ଟ୍ରାନ୍ସଫର୍ମରରେ ସେସୁ କର୍ମଚାରୀ ପବିତ୍ର କାମ କରୁଥିଲେ। ସେହି ସମୟରେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିବା। ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକ ଓ ଅନ୍ୟ କର୍ମଚାରୀ ତାଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.