ଡ୍ରେନରେ ପିଟି ହୋଇ ଜଣେ ମୃତ

0

ହରଭଙ୍ଗା : ଡ୍ରେନରେ ପିଟି ହୋଇ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଏପରି ଘଟଣା ବୌଦ୍ଧ ଜିଲା ପୁରୁଣା କଟକରେ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ରାମ୍ଭିକଟା ଗ୍ରାମର ଭାଗିରଥି ସେଠୀ। ସୂଚନାଯୋଗ୍ୟ ଯେ, ଭାଗିରଥି ଶୁକ୍ରବାର ସକାଳେ ବାଇକ ଯୋଗେ ଚାରି ଛକରୁ ନିଜ ଗ୍ରାମ ରାମ୍ଭିକଟାକୁ ଫେରୁଥିଲେ। ଏହି ସମୟ​‌ରେ ସେ ଭାରସାମ୍ୟ ହରାଇ ଏକ ଡ୍ରେନରେ ପିଟି ହୋଇ ତଳେ ପଡି ଯାଇଥିଲେ। ତାଙ୍କ ବାଇକ ମଧ୍ୟ ଦୂରକୁ ପଡିଯାଇଥିଲା। ସ୍ଥାନୀୟଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିବା ଜଣାପଡିଛି।

 

Leave A Reply