କୋଇଲା ଗ୍ୟାସରେ ଶ୍ବାସରୁଦ୍ଧ ହୋଇ ଦୁଇ ମିସ୍ତ୍ରୀ ମୃତ

0

ଅନୁଗୁଳ : କୋଇଲା ଗ୍ୟାସ ଯୋଗୁଁ ଦୁଇ ଜଣ ଟାଇଲ ମିସ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ଶୀତରୁ ରକ୍ଷା ପାଇବା ପାଇଁ କୋଇଲା ଆଞ୍ଚ କରି ଶୋଇଥିବା ବେଳେ ଏହି ଅଘଟଣ ଘଟିଛି। ଏନଟିପିସି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, କଣିହାଁ ଗଦାସିଳା ଗ୍ରାମର ହେମନ୍ତ ପ୍ରଧାନଙ୍କ ଘରକୁ କାମ କରିବା ପାଇଁ ଦୁଇ ଜଣ ମିସ୍ତ୍ରୀ ଆସିଥିଲେ। ସୋମବାର ଦିନ ଶୀତରୁ ରକ୍ଷା ପାଇବା ପାଇଁ ସେମାନେ କୋଇଲା ଆଞ୍ଚ କରି ତାଙ୍କ ପାଖରେ ରଖି ଶୋଇ ପଡିଥିଲେ। କିନ୍ତୁ ରାତିରେ ଶ୍ବାସରୁଦ୍ଧ ହୋଇ ଯିବାରୁ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା।

Leave A Reply