ଦନ୍ତା ହାତୀ ଆକ୍ରମଣରେ ମହିଳା ମୃତ

0

କାମାକ୍ଷାନଗର : ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ପରଜଙ୍ଗ ଲୋଧଣି ଅଞ୍ଚଳରେ ଏହି ଅଘଟଣ ଘଟିଛି। ମୃତ ମହିଳା ଜଣକ ହେଲେ ନିରୂପମା ବିଶ୍ବାଳ। ସେ ପ୍ରାତଃ ଭ୍ରମଣ ନିମନ୍ତେ ଯାଇଥିବା ବେଳେ ଦନ୍ତା ହାତୀ ଆକ୍ରମଣର ଶିକାର ହୋଇଥିଲେ। ହାତୀଟି ତାଙ୍କୁ ଏକ ଗଛରେ ପିଟି ମାରି ଦେଇଥିଲା। ଏନେଇ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଉତ୍ତେଜିତ ହୋଇ ଭାଲୁମୁଣ୍ଡା ଛକରେ ରାସ୍ତା ଅବରୋଧ କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରୁଛି।

ସୂଚନାଯୋଗ୍ୟ ଯେ, ମହିଳା ଜଣକ ପ୍ରାତଃ ଭ୍ରମଣରୁ ନ ଫେରିବାରୁ ତାଙ୍କ ସ୍ବାମୀ ତାଙ୍କୁ ଖୋଜାଖୋଜି କରିଥିଲେ। ଖୋଜାଖୋଜି କରୁଥିବା ସମୟରେ ନିରୂପମାଙ୍କ ମୃତଦେହ ପଡିଥିବାର ସ୍ବାମୀ ଦେଖିଥିଲେ। ଦନ୍ତା ହାତୀଟି ପଲରୁ ଅଲଗା ହୋଇଯିବା ପରେ ଏପରି କାଣ୍ଡ ଘଟାଇଥିବା ଜଣାପଡିଛି।

Leave A Reply