ଟନେଲ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର

0

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ଟନେଲ ଭିତରେ ୫ ଯୁବକ ଫସି ରହିଥିବା ଅଭିଯୋଗ ହୋଇଥିଲା। ଫଶି ରହିଥିବା ଯୁବକଙ୍କ ମଧ୍ୟରୁ ଶନିବାର ଦିନ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଥିଲା। ଅନ୍ୟମାନଙ୍କ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ଘଟଣାସ୍ଥଳରେ ସିଆଇଏସଏଫ, ଦମକଳ ବାହିନୀ, ଓଡ୍ରାଫ ଟିମ ଓ ପୁଲିସ ଉପସ୍ଥିତ ରହି ଉଦ୍ଧାର କାଯ୍ୟ ପାଇଁ ଉଦ୍ୟମ ଚଳାଇଛନ୍ତି।
ସୂଚନା ଅନୁଯାୟୀ ଗତ ୩ ତାରିଖରୁ ରାଉକେଲା ଇସ୍ପାତ କାରଖାନା ନିକଟ ବସ୍ତିରୁ ୫ଜଣ ଯୁବକ ନିଖୋଜ ହୋଇଥିବା ଅଭିଯୋଗ ହୋଇଥିଲା।  ସେମାନେ ଇସ୍ପାତ କାରଖାନା ଟନେଲ ଭିତରେ ଫଶି ରହିଥିବାର ସନ୍ଦେହ କରାଯାଇଥିଲା।

Leave A Reply