ଯୁବକଙ୍କ ମୃତ୍ୟୁ ପ୍ରତିବାଦରେ ରାସ୍ତାରୋକ

0

ଜୁନାଗଡ: କଳାହାଣ୍ଡି ଜିଲା ଜୁନାଗଡ ଠାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ରାସ୍ତାରୋକ ହୋଇଛି। ମୃତ ଯୁବକ ଜଣକ ହେଉଛନ୍ତି ଧର୍ମଗଡ଼ ବ୍ଲକ ଖୁଟୁଲୁଗୁଡା ଗ୍ରାମର ଭାଗିରଥୀ ଠାକୁର। ମଙ୍ଗଳବାର ଦିନ ଭାଗିରଥୀ ଏନଏଚ୍‍ ୨୬ର ହାତୀ ନଦୀ ପୋଲ ନିକଟରେ ରାସ୍ତାକାମରେ ନିୟୋଜିତ ଥିବା ସମୟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏନେଇ ବୁଧୁବାର ସକାଳେ ଗ୍ରାମବାସୀମାନେ କ୍ଷତିପୁରଣ ଦାବିରେ ଶବ ରଖି ରାସ୍ତାରୋକ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରୁଛି।

Leave A Reply