ପୋଷ୍ଟ ଅଫିସ ସାମ୍ନାରୁ ଯୁବକଙ୍କ ମୃତଦେହ ଠାବ

0

ଭଞ୍ଜନଗର: ଗଞ୍ଜାମ ଜିଲା ଭଞ୍ଜନଗର ପୋଷ୍ଟ ଅଫିସ ସାମ୍ନାରୁ ଗୁରୁବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଠାବ କରାଯାଇଛି। ଯୁବକ ଜଣଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ମୃତକ ଜଣଙ୍କ ଭେଜିପୁଟ ଗ୍ରାମର ୩୮ ବର୍ଷୀୟ ଉନ୍ନା କେଦାର ପାତ୍ର। ଘରୋଇ କଳହ କାରଣରୁ ସ୍ତ୍ରୀ ବାପଘର ବାମୁଣି ଗାଁ’କୁ ଚାଲିଯାଇଥିବାରୁ ଏହାର ସମାଧାନ ପାଇଁ ଶ୍ରୀ ପାତ୍ର ଶ୍ୱଶୁର ଘରକୁ ଯାଇଥିଲେ। ତେବେ ଆଜି ସକାଳୁ ଶ୍ରୀ ପାତ୍ରଙ୍କ ମୃତଦେହ ପୋଷ୍ଟଅଫିସ ସାମ୍ନାରେ ପଡ଼ିଥିବା ବେଳେ ତାଙ୍କ ନାକ, ପାଟିରୁ ରକ୍ତ ବାହାରୁ ଥିବା ଓ ପିଠିରେ ମାଡ଼ର ଚିହ୍ନ ଥିବା ଦେଖିବାକୁ ମିଳିଛି। ତେଣୁ ତାଙ୍କ ଶ୍ୱଶୁର ଘର ଲୋକେ ଶ୍ରୀ ପାତ୍ରଙ୍କୁ ହତ୍ୟା କରିଛନ୍ତି ବୋଲି ତାଙ୍କ ପରିବାର ଲୋକେ ପୁଲିସରେ ଅଭିଯୋଗ କରିଛନ୍ତି।

Leave A Reply