ବିଲରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

0

ଅନୁଗୁଳ : ଅନୁଗୁଳ ଛେଣ୍ଡିପଦା ଥାନା ମାଛକୁଟା ଗ୍ରାମ ଶିବ ମନ୍ଦିର ନିକଟରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ଘଟଣାରୁ ଜଣାପଡିଛି ମାଛକୁଟା ଗ୍ରାମର ବୈକୁଣ୍ଠ ମାଝି ରବିବାର ଅପରାହ୍ନ ୪ଟା ବେଳେ ଘରୁ କେଉଁଆଡେ ଚାଲିଯାଇଥିଲେ । ବିଳମ୍ବିତ ରାତି ପର୍ୟ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ପାଇନଥିଲେ । ଆଜି ଗ୍ରାମବାସୀ ଶିବ ମନ୍ଦିର ପଛପଟେ  ବିଲ ଭିତରେ ଅର୍ଦ୍ଧଦଗ୍ଧ ମୃତଦେହ ପଡିଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଁଞ୍ଚି ଘଟଣାର ତଦନ୍ତ କରୁଛି ।

Leave A Reply