ପୋଖରୀରୁ ଅବସରପ୍ରାପ୍ତ ରେଳବାଇ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଟିଟିଲାଗଡ : ଟିଟିଲାଗଡର ସ୍ଥାନୀୟ ଦେଓବନ୍ଧ ପୋଖରୀରୁ ଜଣେ ଅବସରପ୍ରାପ୍ତ ରେଳବାଇ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଉଛନ୍ତି ପି ଚିଟି ବାବୁ (୬୫)। ଗୁରୁବାର ସକାଳେ କିଛି ସ୍ଥାନୀୟ ଲୋକେ ଦେଓବନ୍ଧ ପୋଖରୀରେ ତାଙ୍କର ମୃତଦେହ ଭାସୁଥିବାର ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ମୃତଦେହ ନିକଟରେ ଏକ ବ୍ୟାଗ ଭାସୁଥିବାର ଦେଖିବାକୁ ମିଳିଛି। ତେବେ ତାଙ୍କୁ କେହି ହତ୍ୟା କରି ଫୋପାଡି ଦେଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ସନ୍ଦେହ କରାଯାଉଛି।

 

Comments are closed.