ଜଙ୍ଗଲରୁ ଶିକାରୀର ମୃତଦେହ ଉଦ୍ଧାର

ସମ୍ବଲପୁର : ଜଙ୍ଗଲରୁ ଜଣେ ଶିକାରୀର ମୃତଦେହ ଉଦ୍ଧାର ହୋଇଛି । ମାଟି ତଳୁ ପୁଲିସ ମୃତଦେହକୁ ଉଦ୍ଧାର କରିଛି । ମୃତକଙ୍କ ପରିଚୟ ମିଳିଛି । ସେ ହେଲେ କିସିଣ୍ଡା ଥାନା ଗଞ୍ଜାବାହାଲ ଗାଁର ଶିକାରୀ ବାହାଦୂର ସିଂ । ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ୩ ଜଣ ସାଥୀଙ୍କ ସହ ବାହାଦୂର ଶିକାର ପାଇଁ ଜଙ୍ଗଲକୁ ଯାଇଥିଲା। ନିଜ ବନ୍ଧୁକରେ ଏକ ମୟୂରକୁ ପିଟିବା ବେଳେ ଗୁଳି ଫୁଟି ତାର ମୃତ୍ୟୁ ଘଟିଥିଲା। ତା’ର ମୃତଦେହକୁ ସାଥୀ ଶିକରୀମାନେ ଜଙ୍ଗଲରେ ପୋତି ଦେଇ ସେଠାରୁ ଫୋର ହୋଇଯାଇଥିଲେ । ଘଟଣା ପ୍ରଘଟ ହେବା ପରେ ପୁଲିସ ୩ ଜଣ ଶିକାରୀ ସାଥୀଙ୍କୁ ଗିରଫ କରିବା ସହ ଉକ୍ତ ବନ୍ଧୁକକୁ ଜବତ କରିଛି । ଗିରଫ ହୋଇଥିବା ଶିକାରୀମାନେ ପୋତିଥିବା ସ୍ଥାନ ଦେଖାଇବା ପରେ କିସିଣ୍ଡା ପୁଲିସ ମୃତଦେହକୁ ଜବତ କରିଛି ।

Comments are closed.