ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ନୂଆପଡା : ନୂଆପଡାର ସଦର ବ୍ଲକ ଅନ୍ତର୍ଗତ ଧରମବନ୍ଧା ପଞ୍ଚାୟତ ନିକଟରୁ ଗୁରୁବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ଧରମବନ୍ଧା ଗ୍ରାମର କିଶୋର ସାହୁ (୨୫) ବୋଲି ଜଣାପଡିଛି। ତାଙ୍କ ବେକରେ କଟା ଚିହ୍ନ ରହିଥିବାର ଦେଖାଯାଇଛି। ତେଣୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। କିଶୋର ନୂଆପଡାରେ ଏକ ଏନ୍‌ଜିଓ ସଂସ୍ଥାରେ କାର୍ଯ୍ୟରତ ଥିଲେ। ଖବର ପାଇ ଧରମବନ୍ଧା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

Comments are closed.