ଠିକାଦାରଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

0

ମାଲକାନଗିରି : ମହାରାଜପାଲ୍ଲୀ ଗ୍ରାମ ରାସ୍ତାକଡରୁ ଏକ କ୍ଷତାକ୍ତ ମୃତଦେହ ଗ୍ରାମବାସୀ ଦ୍ବାରା ଉଦ୍ଧାର ହୋଇଛି । ମୃତକଙ୍କ ପରିଚୟ ମିଳିଛି । ମୃତଦେହଟି ସ୍ଥାନୀୟ ଅଞ୍ଚଳର ଜଣେ ଠିକାଦାରଙ୍କ ବୋଲି ଜଣାପଡିଛି । ତାଙ୍କ ନାମ ରମେନ୍ ବିଶ୍ଵାସ ଏବଂ ସେ ଏମପିଭି ୪୩ ଗ୍ରାମର  ବୋଲି ଜଣାପଡିଛି । ତାଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଥିଲା । ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଏମଭି ୭୯ ମେଡିକାଲ ନେଇଥିଲେ । ସେଠାରେ ତାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଠିକାଦାରଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଥିବା ପରିବାର ଲୋକେ ମୋଟୁ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ପୁଲିସ ଏହାକୁ ଦୁର୍ଘଟଣା କହିଥିବା ବେଳେ ଠିକାଦାରଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ ।

Leave A Reply