ରାସ୍ତାକଡରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0

ଧର୍ମଗଡ : ରାସ୍ତାକଡରୁ ଜଣେ ଯୁବତୀଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। କୋକସରା ଥାନା ମିର୍ଜାପୁର ଗ୍ରାମରେ ଗ୍ରାମବାସୀମାନେ ଯୁବତୀଙ୍କ ମୃତଦେହ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ଯୁବତୀ ଜଣଙ୍କୁ କେହି ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ଯୁବତୀଙ୍କ ପରିଚୟ ମିଳି ନ ଥିବା ଜଣାପଡିଛି।

Leave A Reply