ରେଳଧାରଣା ନିକଟରେ ପଡିରହିଛି ବ୍ୟକ୍ତିଙ୍କ ମୃତଦେହ

0

ରାଉରକେଲା : ରାଉରକେଲାରେ ଜଣଙ୍କ ଖଣ୍ତବିଖଣ୍ଡ ମୃତଦେହ ଦେଖିବାକୁ ମିଳିଛି। ତାଙ୍କ ବୟସ ପ୍ରାୟ ୫୫ରୁ ୬୦ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ତାଙ୍କ ମୃତଦେହ ବୁଧବାର ସକାଳ ରେଳଧାରଣା ନିକଟ ଟିସିଆଇ ଓଭରବ୍ରିଜରେ ପଡି ରହିଛି। ଏ ସମ୍ପର୍କରେ ପୁଲିସକୁ ଖବର ଦିଆଯାଇଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ତାଙ୍କର ମୃତ୍ୟୁ କିପରି ହେଲା ତାହା ତଦନ୍ତ ପରେ ଜଣାପଡିବ।

Leave A Reply