ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0

ଖୁଣ୍ଟା : ଖୁଣ୍ଟା ଥାନା ଅନ୍ତର୍ଗତ କେନ୍ଦୁଆମୁଣ୍ଡି ଫୁଟବଲ ପଡିଆ ନିକଟ ଏକ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତକ ଜଣକ ହେଉଛନ୍ତି କେନ୍ଦୁଆମୁଣ୍ଡି ଗ୍ରାମର କୈଳାସ (୨୨)। ପୁଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳେ ଗ୍ରାମବାସୀମାନେ ଜଙ୍ଗଲକୁ ଯାଇଥିବା ବେଳେ କୈଳାସଙ୍କ ମୃତଦେହ ଦେଖିଥିଲେ। ଏହା ପରେ ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାରମ୍ଭିକ ଯାଞ୍ଚ କରି ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରିଛି।

Leave A Reply