କେନାଲରୁ ଦୁଇ ଜଣଙ୍କର ମୃତଦେହ ଉଦ୍ଧାର

0

ଢେଙ୍କାନାଳ : ସଦର ଥାନା ଅନ୍ତର୍ଗତ ପଦ୍ମନାଭପୁର ନିକଟ ରେଙ୍ଗାଲି ଡ୍ୟାମର ବାମ କେନାଲରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହକୁ ଜବତ କରିଛନ୍ତି। କେନାଲ ବନ୍ଧ ଉପରେ ଏକ ବାଇକର ଭଗ୍ନାବଶେଷ ଦେଖିବାକୁ ମିଳିଛି। ବାଇକଟି ମୃତ ବ୍ୟକ୍ତିଙ୍କର ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି। ମୃତକଙ୍କ ପରିଚୟ ମିଳି ନାହିଁ। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଯୋଗ୍ୟ ଯେ, ଗୁରୁବାର ସକାଳେ କେନାଲରେ ଦୁଇ ଜଣଙ୍କର ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ତାପରେ ସେମାନେ ପୁଲିସକୁ ଖବର ଦେଇଥିଲେ। ବ୍ୟକ୍ତିଙ୍କର ମୃତ୍ୟୁ କିପରି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ।

Leave A Reply