ସମୁଦ୍ରରୁ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର

0

ପାରାଦୀପ : ଗଭୀର ସମୁଦ୍ର ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ପାଟ୍ରୋଲିଂ ପାଇଁ ଯାଇଥିବା କୋଷ୍ଟଗାର୍ଡ ତାଙ୍କର ମୃତଦେହକୁ ହସ୍ପିଟାଲକୁ ଆଣିଥିବା ସୂଚନା ମିଳିଛି। ମୃତକ ଜଣକ ବାଲେଶ୍ବର ଜିଲା ସିମୁଳିଆ ଥାନା ନରଣପୁରର ମାୟାଧର ମଲ୍ଲିକ ବୋଲି ଜଣାପଡିଛି। ସେ ବୋଟରେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ତେବେ କୋଷ୍ଟଗାର୍ଡଙ୍କ ତରଫରୁ କରାଯାଇଥିବା ଗୁଳିମାଡରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତଦେହକୁ ପାରାଦୀପ ପୋର୍ଟ ମେଡିକାଲରେ ରଖାଯାଇଛି। କିନ୍ତୁ ମୃତଦେହକୁ ପରିବାର ବର୍ଗଙ୍କୁ ଦେଖାଯାଉ ନଥିବାର ଅଭିଯୋଗ ହୋଇଛି।

 

Leave A Reply