ଛାତ୍ରୀଙ୍କ ମୃତଦେହ ଉଦ୍ଧାର

0

ମାଲକାନଗିରି: ମାଲକାନଗିରି ଜିଲା ଝାଟିମାଟି କଲୋନୀରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀ ଜଣକ ଅମୃତା ମଣ୍ଡଳ। ସେ ମାଲକାନଗିରି ମହିଳା କଲେଜର ଯୁକ୍ତ ଦୁଇ ଛାତ୍ରୀ ଥିଲେ। ଛାତ୍ରୀ ନିବାସର ଗୋଟିଏ ଘରେ ୫ଜଣ ଛାତ୍ରୀ ରହୁଥିଲେ। ଅନ୍ୟ ୪ଜଣ ଛାତ୍ରୀ ପରୀକ୍ଷା ଦେବାକୁ ଯାଇଥିବା ବେଳେ ମୃତ ଛାତ୍ରୀ ଜଣକ ଏକା ଥିବାର ଜଣାପଡିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।  

Leave A Reply