ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ଉତ୍ତେଜନା ସୃଷ୍ଟି

0

ବୌଦ୍ଧ : ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଯୁବକଙ୍କ ମୃତ୍ୟୁକୁ ନେଇ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି। ଯୁବକଙ୍କ ମୃତଦେହ ବାଉଁଶୁଣୀ ଥାନା ଅନ୍ତର୍ଗତ ଫାୟାର ଷ୍ଟେସନ ଛକ ନିକଟରେ ପଡି ରହିଛି। ଯୁବକ ଜଣକ ଶୁକ୍ରବାର ରାତିରେ ବାଇକରେ ପେଟ୍ରୋଲ ପକାଇବାକୁ ଯାଉଛନ୍ତି କହି ଘରୁ ଆସିଥିଲେ। ସକାଳୁ ଫାୟାର ଷ୍ଟେସନ ଛକରେ ତାଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। କ୍ଷତିପୂରଣ ଓ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ସ୍ଥାନୀୟ ଲୋକମାନେ ରାଜପଥ ଅବରୋଧ କରିଛନ୍ତି।

Leave A Reply