ଗାଧୁଆ ଘରୁ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

0

ରାଉରକେଲା: ରାଉରକେଲା ବାସନ୍ତୀନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ଗାଧୁଆ ଘରୁ ସନ୍ଦେହ ଜନକ ଅବସ୍ଥାରେ ଜଣେ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବୃଦ୍ଧା ଜଣଙ୍କ ୬୨ ବର୍ଷିୟା ସରସ୍ୱତୀ ମହାରଣା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ବୃଦ୍ଧାଙ୍କ ପୁଅ ଓ ବୋହୂ କିଛି ଦିନ ହେବ ବାହାରକୁ ଭ୍ରମଣରେ ଯାଇଥିବା ବେଳେ ବୃଦ୍ଧାଙ୍କ ପାଖରେ ତଙ୍କର ଦୁଇ ନାତୁଣୀ ଥିଲେ । ତେବେ ବୃଦ୍ଧାଙ୍କ ମୃତ୍ୟୁ ବିଷୟରେ ନାତୁଣୀମାନେ ସଠିକ୍ ସୂଚାନ ଦେଇପାରି ନାହାନ୍ତି । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ଜେଜେମାଙ୍କ ମୃତ୍ୟୁ ହୋଇଛି ବୋଲି ଦୁଇ ନାତୁଣୀ ପୁଲିସକୁ କହିଛନ୍ତି । ହେଲେ ବୃଦ୍ଧାଙ୍କ ମୃତଦେହ ନିକଟରୁ ଏକ କିରୋସିନି ଡାବା ପୁଲିସ ଜବତ କରିଛି । ଏହାକୁ ନେଇ ସନ୍ଦେହ ଆହୁରି ଦୃଢିଭୂତ ହୋଇଛି । ଉଭୟଙ୍କୁ ପୁଲିସ ପଚରାଉଚରା କରୁଥିବା ବେଳେ ବୃଦ୍ଧାଙ୍କ ହତ୍ୟାକାଣ୍ଡର କାରଣ ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରହିଛି ।

Leave A Reply