କୂଅରେ ପଡ଼ି ଯୁବତୀ ମୃତ

0

ଅନୁଗୁଳ : ଅନୁଗୁଳ ବଅଁରପାଳ ଥାନା ମହିଧରପୁର ଗ୍ରାମରେ କୂଅରେ ପଡ଼ି ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଭୋଳାନାଥ ନାଏକଙ୍କ ଝିଅ ଶୋଭାମୟୀ ନାଏକ। ଶୁକ୍ରବାର ଭୋର ସମୟରେ ଏହି ଘଟଣା ଘଟିଛି। ସେ ମନ୍ଦିରକୁ ଯିବା ପାଇଁ ଫୁଲ ତୋଳିବା ସମୟରେ କୂଅ ଭିତରେ ଖସି ପଡ଼ିଥିଲେ। କୂଅରେ ପଡ଼ିବାର ଶବ୍ଦ ହେବା ସଙ୍ଗେ ସଙ୍ଗେ ଘର ଲୋକ ନିକଟକୁ ଯାଇଥିଲେ। ଏହାପରେ ତାଙ୍କୁ କୂଅ ଭିତରୁ ଉଦ୍ଧାର କରିଥିଲେ। ଉଦ୍ଧାର କରିବା ପରେ ଅନୁଗୁଳ ଜିଲା ମୁଖ୍ୟଚିକିତ୍ସାଳୟକୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

Leave A Reply