ବିଚାରଧୀନ କଏଦୀଙ୍କ ମୃତ୍ୟୁ

0

ବୌଦ୍ଧ : ବୌଦ୍ଧ ସବଜେଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ହୋଇଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ହେଉଛନ୍ତି ପଶ୍ଚିମବଙ୍ଗ ଚବିଶ ପ୍ରଗଣାର ଗୋପାଳ ବିଶ୍ୱାସ। ରବିବାର ଦିନ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସୋମବାର ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଛି। ସୂଚନାଯୋଗ୍ୟ ଯେ, ଗଞ୍ଜେଇ ଚୋରା ଚାଲାଣ ମାମଲାରେ ମେ ମାସରୁ ଜେଲରେ ଥିଲେ।

Leave A Reply