ଦୁର୍ଘଟଣାରେ ଦୁଇ ଓଡିଆ ଶ୍ରମିକ ମୃତ

0

ଦ୍ୱାରଶୁଣି: ପଡୋଶୀ ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଦୁଇ ଯୁବକ ଫେରିପାରିଲେନି। ଗାଁକୁ ଫେରିଲା ଦୁଇ ଜଣଙ୍କ ମୃତଦେହ। ଏପରି ଘଟଣା ମୟୁରଭଞ୍ଜ ଜିଲାରେ ଘଟିଛି। ମୟୁରଭଞ୍ଜ ଜିଲା ସାରଶକଣା ବ୍ଲକର ଯୋକା ପଞ୍ଚାୟତ କାଶିଆବେଡା ଗାଁର ଦୁଇ ଜଣ ଯୁବକ ଲୁବିନା ମାର୍ଣ୍ଡି ଏବଂ ସୁରୁ ମାର୍ଣ୍ଡି ଉଭୟ ଆନ୍ଧ୍ରପଦେଶ ପକାସମ ଜିଲାର ଏକ ପଥର ଖାଦାନରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ସେମାନେ ଗତ ଶନିବାର ଦିନ ସେଠାକାର ବସ ଷ୍ଟାଣ୍ଡରେ ଏକ ଦୋକାନରେ ଅପେକ୍ଷା କରିଥିଲେ। ଏହି ସମୟରେ ଏକ କାର ଭାରସାମ୍ୟ ହରାଇ ରାସ୍ତା କଡକୁ ଆସି ଦୁଇ ଜଣଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ପ୍ରଶାସନ ସହାୟତାରେ ମୃତକଙ୍କ ଶବକୁ ଆମ୍ବୁଲାନ୍ସ ସହାୟତାରେ ସୋମବାର ଦିନ ସେମାନଙ୍କ ଗାଁ ରେ ପହଞ୍ଚା ଯାଇଛି। ଗାଁରେ ଦୁଇ ଜଣ ଯୁବକଙ୍କ ମୃତଦେହ ଦେଖି ଶୋକାକୁଳ ପରିସ୍ଥିତି ସୁଷ୍ଟି ହୋଇଛି। ଉଭୟ ଗରିବ ଶ୍ରେଣୀର ହୋଇଥିବାରୁ କିଛି ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

Leave A Reply