ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ

0

ରାଉରକେଲା : ରାଉରକେଲା ଛେଣ୍ଡ୍‍ କଲୋନୀରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସନ୍ତୋଷ ରଜାକ୍‍। ବୁଧବାର ସକାଳେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନା ଅନୁଯାୟୀ, ସନ୍ତୋଷ ଜଣେ ଟିଭି ମେକାନିକ୍‍ ଥିଲେ। ସେ ନିଜ ପରିବାର ସହ ବହୁ ବର୍ଷ ଧରି ଛେଣ୍ଡ୍ କଲୋନୀରେ ରହୁଥିଲେ। କିଛି ଦିନ ପୂର୍ବେ ତାଙ୍କ ପରିବାର ଲୋକେ ଗାଁକୁ ଯାଇଥିଲେ। ରବିବାର ଦିନ ପାଖ ପଡ଼ୋଶୀ ଲୋକେ ସନ୍ତୋଷଙ୍କୁ ଶେଷ ଥର ଦେଖିଥିଲେ। ସୋମବାର ଠାରୁ ବୁଧବାର ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତାଙ୍କ ମୃତ୍ୟୁ ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ।

Leave A Reply