ହାତୀ ଆକ୍ରମଣରେ ମହିଳା ମୃତ

0

ଝାରସୁଗୁଡ଼ା : ବ୍ରଜରାଜନଗର ରେଞ୍ଜ ଅନ୍ତର୍ଗତ ଭୋଇମୁଣ୍ଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଲେ ଭାରତୀ ଖଡ଼ିଆ (୩୦)। ସୂଚନା ଅନୁଯାୟୀ, ସୋମବାର ସକାଳୁ ଶୌଚ ହେବାକୁ ଯାଉଥିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ହାତୀ ପାଦରେ ତାଙ୍କୁ ଦଳି ଦେଇଥିବା ଜଣାପଡ଼ିଛି। ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply