ଓଲଟିଲା କଣ୍ଟେନର, ୫ ଗାଈ ମୃତ

ଯାଜପୁର : ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥ ରଥିଆ ଗାଁ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଗୋରୁ ବୋଝେଇ କଣ୍ଟେନର ଦୁର୍ଘଟଣାଗ୍ରସ୍ତ ହୋଇ ୫ଟି ଗୋରୁଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ କଣ୍ଟେନ ଯୋଗେ ଖୋର୍ଦ୍ଧାରୁ କୋଲାତାକୁ ଗୋରୁ ଚାଲାଣ ହେଉଥିଲା। ସେହି ସମୟରେ ଭାରସାମ୍ୟ ହରାଇ ରଥିଆ ନିକଟରେ କଣ୍ଟେନରଟି ଓଲଟି ପଡ଼ିଥିଲା। ଫଳରେ ଏହି ଦୁର୍ଘଟଣା ଘଟିଛି।

Comments are closed.