ଅଚିହ୍ନା ଯୁବକର ଶବ ଉଦ୍ଧାର, ହତ୍ୟା ସନ୍ଦେହ

0

ସୁନ୍ଦରଗଡ଼: ହେମଗିର ଥାନା ଅନ୍ତର୍ଗତ କାଉଦରୁ  ଜଣେ ଅଚିହ୍ନା ଯୁବକର ଶବକୁ ହେମଗିର ପୁଲିସ ଜବତ କରିଛି । ଶବକୁ ଜବତ ପରେ ପୁଲିସ ଏହାକୁ  ବ୍ୟବଛେଦ ପାଇଁ ପଠାଇଛି । ପୁଲିସ ସୂତ୍ରରୁ ପ୍ରକାଶ, ବୁଧବାର ସକାଳେ କାଉଦର ଜଙ୍ଗଲ ସନ୍ନିକଟ ରାସ୍ତା କଡ଼ରେ ଏକ ଶବ ପଡ଼ିଥିବାର ଦେଖି ସ୍ଥାନୀୟ ସରପଞ୍ଚ ହେମଗିର ପୁଲିସକୁ ସୂଚନା ଦେଇଥିଲେ । ଖବର ପାଇଁ ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଅନୁସନ୍ଧାନ ଆରମ୍ଭ କରିଥିଲେ। ହେ ଲେ  ଶବକୁ ଚିହ୍ନଟ କରାଯାଇ ପାରିନାହିଁ । ମୃତ ବ୍ୟକ୍ତିଙ୍କ ଆନୁମାନିକ ବୟସ ୩୫ ରୁ ୪୦ ବର୍ଷ ମଧ୍ୟରେ, ହୃଷ୍ଟପୃଷ୍ଟ ଶରୀର ଧଳା ରଙ୍ଗର ଟି ସାର୍ଟ ପିନ୍ଧି ଥିବା ବେଳେ ବ୍ଲୁ ରଙ୍ଗର ଜିନ୍ସ ପ୍ୟାଣ୍ଟ  ପିନ୍ଧିଥିଲେ । ଶବ ଗୋଡ଼ରେ ମୋଜା ଥିବା ବେଳେ ଆଖପାଖ ଅଞ୍ଚଳରେ ଜୋତା କିମ୍ବା କୌଣସି ପ୍ରକାର ଘୋଷଡ଼ା ଦାଗ ନଥିଲା । ମୃତ ଯୁବକର ପାଟି ଓ ନାକରୁ ରକ୍ତ ବାହାରୁଥିବା ବେଳେ ଦେହର ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନ  ନାହିଁ ।

କେହି ଦୁର୍ବୃତ୍ତ ଅନ୍ୟ କୌଣସି ସ୍ଥାନରେ ହତ୍ୟା  କରି ଏଠାରେ ପ୍ରମାଣ ନଷ୍ଟ ପାଇଁ ଯୁବକଙ୍କୁ ପକାଇଦେଇଥିବା ଆଶଙ୍କା କରାଯାଉଛି । ଏବେ ପୁଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି ।

Leave A Reply