ନଦୀରୁ ଉଦ୍ଧାର ହେଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ  

0

କେନ୍ଦ୍ରାପଡ଼ା: ମଙ୍ଗଳାବାର ସକାଳେ ଗୋବରୀ ନଦୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାମ ହେଲା ନଟବର ଦାସ(୫୬) ଓ ତାଙ୍କ ଘର କେନ୍ଦ୍ରାପଡ଼ା ସହରର ଉଦୟନଗର ଅଞ୍ଚଳରେ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ଗତକାଲି ଅପରାହ୍ମରୁ ନଟବର ଘରୁ ନିଖୋଜ ଥିଲେ । ନଦୀକୁ ଗାଧୋଇବାକୁ କହି ଘରୁ ଯାଇଥିବା ବେଳେ ରାତି ଯାଏଁ ଫେରି ନଥିଲେ । ପରିବାର ଲୋକ ଖୋଜା ଖୋଜା କରିଥିଲେ ମଧ୍ୟ ପାଇ ନଥିଲେ । ଆଜି ସକାଳେ ଗୋବରୀ ନଦୀରେ ତାଙ୍କ ମୃତଦେହ ଭାସୁଥିବାର ଗାଁ ଲୋକେ ଦେଖିବାକୁ ପାଇଥିଲେ ।

Leave A Reply