ଖଣ୍ଡବିଖଣ୍ଡିତ ମୃତଦେହ ରାସ୍ତାରେ ରଖି ଅବରୋଧ କଲେ ଗ୍ରାମବାସୀ

0

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଳକ୍ ଛତିଶଗଡ ଶେଷ ସୀମାକୁ ଲାଗିଥିବା ହଳଦୀ ଗ୍ରାମ ପଞ୍ଚୟତାର ଭେନସ ଡଙ୍ଗରିପାରି ରାସ୍ତାରେ ସୋମବାର ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଗ୍ରାମବାସୀମାନେ ଖଣ୍ଡବିଖଣ୍ଡିତ ମୃତଦେହକୁ ରାଇଘର ମୁଖ୍ୟ ରାସ୍ତାରେ ରଖି ଅବରୋଧ କରିଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି ସ୍ଥାନୀୟ ବ୍ଳକ୍ ଅନ୍ତର୍ଗତ ଗଞ୍ଜାପାରା ଗ୍ରାମପଞ୍ଚାୟତର ଲାଲମାଟି ଓ ମାରଙ୍ଗପାଲି ଗ୍ରାମର ପ୍ରାୟ ୧୦ରୁ ୧୫ଜଣ ଶ୍ରମିକ କାମ କରିବାକୁ ଦୀର୍ଘ ୨୫ କିମି ଦୂର ଭେସନ ଗ୍ରାମକୁ ଟ୍ରାକ୍ଟରରେ ଫେରୁଥିଲେ । ଭେନସ ଗାଁକୁ ସଂଯୋଗ କରୁଥିବା ଜଙ୍ଗଲିଆ ମାଟି ରାସ୍ତାରେ କାଳବୈଶାଖୀ ପ୍ରଭାବରେ ଭାଙ୍ଗି ପଡିଥିବା ଗୋଟିଏ ଗଛ ଡାଳରେ କପଡ଼ା ବନ୍ଧା ହୋଇଥିବା ସେମାନେ ଦେଖିଥିଲେ। ଟ୍ରାକ୍ଟରକୁ ଅଟକାଇ ବନ୍ଧା ହୋଇଥିବା କପଡ଼ାକୁ ଫିଟାଇବା ସମୟରେ ହଠାତ୍‌ ତାହା ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ୩ ଜଣଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଥିଲା।

Leave A Reply