ଡାକ୍ତର ମୃତ ଘୋଷଣା କରିବା ପରେ, ଶବ ବ୍ୟବଛେଦ ଟେବୁଲ୍‌ରେ ଉଠି ବସିଲେ ଯୁବକ

0

ନାଗପୁର(ମହାରାଷ୍ଟ୍ର): ଡାକ୍ତର ମୃତ ଘୋଷଣା କରିବାପରେ ଜଣେ ଯୁବକ ଶବ ବ୍ୟବଛେଦ ଟେବୁଲରେ ଉଠିକରି ବସିଥିଲେ । ଏହି ଘଟଣା ମହାରାଷ୍ଟ୍ର ନାଗପୁରରେ ଘଟିଛି ।  ଦୁର୍ଘଟଣାରେ ଆହତ ହେବାପରେ  ହିମାଂଶୁ ଭରଦ୍ୱାଜ ନାମକ ଯୁବକ  ଚିକିତ୍ସା ପାଇଁ ନାଗପୁରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।  ମାତ୍ର ଡାକ୍ତର  ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତା ପରେ ଯୁବକଙ୍କ ଶରୀରକୁ ଛିନ୍ଦିଓ୍ୱାଡା ନିଆଯାଇ ରାତି ସାରା ଶବ ବ୍ୟବଛେଦ ଘରେ ସଂରକ୍ଷିତ କରାଯାଇ ରଖାଯାଇଥିଲା । ସକାଳେ ଶରୀରକୁ ବ୍ୟବଛେଦ ପାଇଁ ନିଆଯାଇଥିଲା । ଶବ ବ୍ୟବଛେଦ କରିବାକୁ ଥିବା ଡାକ୍ତର ବ୍ଲେଡରେ ଶରୀରକୁ କାଟିବାକୁ ଯାଉଥିବା ବେଳେ ଯୁବକ ଜଣକ ଚେଇଁ ଉଠିବା ସହ ବସିବା ପାଇଁ ଚେଷ୍ଟା କରିଥିଲେ । ସେ ସେଠାରେ ଥିବା ସଫେଇ କର୍ମଚାରୀଙ୍କ ହାତକୁ ଧରି ପକାଇଥିଲେ । ଏହା ଜାଣିବା ପରେ ତାଙ୍କ ପରିବାର ଲୋକ  ହିମାଂଶୁଙ୍କୁ ତୁରନ୍ତ ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଏହାପରେ ସ୍ଥାନୀୟ ଲୋକ ତାଙ୍କୁ ମୃତ ଘୋଷଣା କରିଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରିବାକୁ ଦାବି କରିବା ସହ ସମ୍ପୃକ୍ତ ଡାକ୍ତରଖାନାକୁ ଘେରାଓ କରିଥିଲେ ।

ଏବେ ଡାକ୍ତରାଖାନାରେ ତାଙ୍କର ଚିକିତ୍ସା ଚାଲିଛି ।

Leave A Reply