ଯୁବକଙ୍କ ମୃତଦେହ ଉଦ୍ଧାର

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା ଅନ୍ତର୍ଗତ ବଳା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁ ନିକଟସ୍ଥ ଏକ ଉଦ୍ୟାନରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବକ ଜଣଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ସକାଳ ସମୟରେ ସ୍ଥାନୀୟ ଲୋକେ ଉଦ୍ୟାନ ପ୍ରାତଃ ଭ୍ରମଣରେ ଯାଇଥିବାବେଳେ ଯୁବକଙ୍କ ମୃତଦେହ ଦେଖିଥିଲେ ଓ ପୁଲିସକୁ ଖବର ଦେଇଥିଲେ। ମୃତକଙ୍କ ପରିଚୟ ମିଳିପାରି ନଥିବା ଜଣାପଡ଼ିଛି।

Comments are closed.