ନିଶାସକ୍ତ ପୁତୁରାର ଟାଙ୍ଗିଆ ଚୋଟରେ ଖୁଡ଼ୀର ମୃତ୍ୟୁ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଡ଼ୁମୁରିଆ ଗ୍ରାମ ବନ୍ଧସାହିରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ନିଶାସକ୍ତ ପୁତୁରାର ଟାଙ୍ଗିଆ ଚୋଟେରେ ଖୁଡ଼ୀର ମୃତ୍ୟୁ ହୋଇଛି। ସୂଚନା ଯୋଗ୍ୟ, ଡ଼ୁମୁରିଆ ଗ୍ରାମର ବୀର ଦାସଙ୍କ ପୁଅ ସାଧୁ ଦାସ(୨୮) ଶନିବାର ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ଘରେ ପହଞ୍ଚିବା ପରେ ନିଜ ଖୁଡ଼ୀ ତ୍ରିନାଥ ଦାସଙ୍କ ପତ୍ନୀ ବୁଧେଇ ଦାସ (୫୨)ଙ୍କ ସହ କଳହ କରିଥିଲେ। ସେହି ସମୟରେ ନିଜ ଖୁଡ଼ୀକୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଟାଙ୍ଗିଆରେ ଆକ୍ରମଣ ଫଳରେ ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତ ବାହାରିବା ସହ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ସମ୍ପର୍କରେ ପୁଲିସ ଖବର ପାଇବା ପରେ ରବିବାର ଘଟଗାଁ ଥାନା ଅଧିକାରୀ ବନ୍ଦନା ପାତ୍ର ଘଟଣାସ୍ଥଳରୁ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଅଭିଯୁକ୍ତ ସାଧୁକୁ ପୁଲିସ ଗିରଫ କରିଛି।

Comments are closed.