ପତ୍ନୀ ହତ୍ୟା ଅଭିଯୋଗରେ ସ୍ୱାମୀ ଅଟକ

0

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ପୁରୁଣା ବରିପଦାର ପୁଷ୍ପିତା ଦେହୁରୀ ଓରଫ ପୂଜା (୨୮)ଙ୍କୁ ତାଙ୍କ ସ୍ୱାମୀ ସୁକୁରା ଦେହୁରୀ ହତ୍ୟାକରି ଥିବା ମୃତ ମହିଳାଙ୍କ ଭାଇ ପକ୍ଷରୁ ପୁଲିସ ନିକଟରେ ଲିଖିତ ଅଭିଯୋଗ କରାଯାଇଛି।

୨୦୦୬ ମସିହାରେ ଏମାନେ ପ୍ରେମ ବିବାହ କରିଥିବା ବେଳେ ମୃତ ପୁଷ୍ପିତାଙ୍କ ବାପ ଘର ବାଲେଶ୍ୱର ଜିଲ୍ଲା ସିମୁଳିଆରେ। ସେମାନଙ୍କର ଦୁଇ ସନ୍ତାନ ଅଛନ୍ତି। ଶନିବାର ବିଳମ୍ବିତ ରାତିରେ ବେକରେ ରସି ଲଗାଇ ପୁଷ୍ପିତା ଝୁଲୁଥିବା ସୁକୁରା ଜାଣିବା ପରେ ରସି କାଟି ତଳକୁ ମୃତଦେହ ଓହ୍ଲାଇଥିବା ପୁଲିସକୁ କହିଛି । ତେବେ ପ୍ରାଥମିକ ତଦନ୍ତ ଓ ଅଭିଯୋଗ ଭିତ୍ତିରେ ବିଭିନ୍ନ ଦଫା ସହ ପୁଲିସ ହତ୍ୟା ମାମଲା ରୁଜୁ କରିଛି। ସୁକୁରା ଯୌତୁକ ପାଇଁ ପତ୍ନୀକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି

Leave A Reply