ପାଣିରେ ବୁଡ଼ି ୩ ମୃତ

0

ସମ୍ବଲପୁର : ସମ୍ବଲପୁର ଜିଲା ଠେଲକୁଲି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ନଦୀରେ ବୁଡ଼ି ଗୋଟିଏ ପରିବାରର ୩ ଜଣ ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁଯାୟୀ, ଶୁକ୍ରବାର ଠେଲକୁଲି ଥାନା ଖେରୁଆଲ ନଦୀକୁ ଗୋଟିଏ ପରିବାରର ବାପା, ପୁଅ ଏବଂ ଝିଅ ଗାଧୋଇବା ପାଇଁ ଯାଇଥିଲେ। ହୋଳି ଖେଳି ସାରିବା ପରେ ତିନିଜଣ ନଦୀ ଯାଇଥିଲେ। ଦୁଃଭାଗ୍ୟବଶତଃ ସେମାନେ ବୁଡ଼ି ଯାଇଥିଲେ। ଶନିବାର ତିନିଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ବିଷୟରେ ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି।

Leave A Reply