ବାପାକୁ ପୁଅ ହତ୍ୟା କରିଥିବା ଅଭିଯୋଗ

0

ବରଗଡ଼ : ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ତରଭା ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ନିଜ ବାପାକୁ ହତ୍ୟା କରି ଘର ଭିତରେ ମାଟି ଖୋଳି ପୋତିବାକୁ ଉଦ୍ୟମ କରୁଥିବା ନେଇ ଅଭିଯୋଗ ହୋଇଛି। ଯୁବକ ଜଣକ ନିଜ ବାପାକୁ ହତ୍ୟା କରିବା ପରେ ଘର ଭିତରେ ପୋତି ଦେଉଥିଲା। ସୂଚନା ଅନୁଯାୟୀ, ଗ୍ରାମବାସୀଙ୍କ ଠାରୁ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରିବା ସହ ମୃତଦେହ ମଧ୍ୟ ଜବତ କରିଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ମାତ୍ର ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି।

Leave A Reply