ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

0

ନୟାଗଡ଼ : ନୟାଗଡ଼ ବଡ଼ଗୋଠଗାଁରେ ଏକ ଘରୁ ଶନିବାର ଜଣେ ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ପରିବାର ଲୋକେ ମହିଳା ଜଣଙ୍କୁ ଯୌତୁକ ପାଇଁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମହିଳାଙ୍କୁ ତାଙ୍କୁ ଶାଶୁ ଘର ଲୋକେ ହତ୍ୟା କରି ଏପରି ଝୁଲାଇ ଦେଇଥିବା କୁହାଯାଉଛି। ମହିଳାଙ୍କ ଶାଶୁ ଘର ଲୋକେ ତାଙ୍କୁ ଶାରୀରକି ଏବଂ ମାନସିକ ନିର୍ଯ୍ୟାତନା ଦେଉଥିବା କଥା ମହିଳାଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ପରିବାର ଲୋକଙ୍କୁ ପଚରାଉଚରା କରୁଛି।

Leave A Reply