ସଡ଼କ ଦୁର୍ଘଟଣାରେ ୪ମୃତ, ଜଣେ ଗୁରୁତର

0

କେନ୍ଦୁଝର: କେନ୍ଦୁଝର ଜିଲାରେ ଏକ ସଡକ ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି । ଗୁରୁତର ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ସମସ୍ତେ ରାଇରଙ୍ଗପୁରରୁ ସତସଙ୍ଗ୍ ସାରି ଫେରୁଥିବା ବେଳେ ସେମାନଙ୍କ କାର ଗଛରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତ ବ୍ୟକ୍ତିମାନେ ହେଲେ କେନ୍ଦୁଝର ଓଡିଶା ଖଣି ଓ ଯାନ୍ତ୍ରିକ ବିଦ୍ୟାଳୟର ଅଧ୍ୟକ୍ଷ କଳ୍ପତରୁ ତୀର୍ଥବାସୀ ପରିଡା, ଗାୟତ୍ରୀ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଚୈତନ୍ୟ ବିକାଶ ସାହୁ, କେନ୍ଦୁଝରର ବିଏସଏନଏଲ କର୍ମଚାରୀ ସୁଶାନ୍ତ ସିଂ କୁମାର ପାତ୍ର ଓ ଭୁବନେଶ୍ୱରର ରାଜେଶ କୁମାର ଗୁରୁ।
ମୃତ କଳ୍ପତରୁଙ୍କ ପୁଅ କମଳାକ୍ଷ ପରିଡାଙ୍କୁ ଗୁରୁତର ଅବସ୍ଥାରେ ଏସସିବିକୁ ସ୍ଥାନାନ୍ତର କରାଯାଇଛି।

Leave A Reply