ମହିଳାଙ୍କ ମୃତଦେହ ଠାବ

0

କେନ୍ଦୁଝର : ଯୋଡ଼ା ଥାନା ବନେଇକଳା ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଏକ ପୁରୁଣା ଭଙ୍ଗା ଟିଣଘରୁ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି। ତାଙ୍କର ପରିଚୟ ମିଳିପାରିନଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ମୃତଦେହଟି ୩-୪ ଦିନ ତଳର ବୋଲି ଅନୁମାନ କରାଯାଉଛି। ହତ୍ୟା ସନ୍ଦେହରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଗନ୍ଧ ଆସିବା କାରଣରୁ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ବୋଲି ପୁଲିସଙ୍କ ଠାରୁ ସୂଚନା ମିଳିଛି।

Leave A Reply