ହାତୀ ଆକ୍ରମଣରେ ଜଣେ ମୃତ ଜଣେ ଆହତ

0

ଢେଙ୍କାନାଳ : ଓଡ଼ାପଡ଼ା ବ୍ଲକ ମୋଟଗାଁ ଥାନା ଅନ୍ତର୍ଗତ ଗୁଡ଼ିଆକାଟେଣି ଗାଁରେ ଶନିବାର ସକାଳେ ଦନ୍ତାହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ସକାଳ ସମୟରେ ବୃଦ୍ଧ ଜଣକ ଗାଧୋଇବାକୁ ପୋଖରୀକୁ ଯାଉଥିବା ବେଳେ ଦନ୍ତାହାତୀ ତାଙ୍କୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ବୃଦ୍ଧଙ୍କ ମୃତ୍ୟୁରେ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ କ୍ଷତିପୂରଣ ଦାବିରେ ଗୁଡ଼ିଆକାଟେଣି ଛକ ଠାରେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିବା ଜଣାପଡ଼ିଛି। ଖବର ପାଇ ବନ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି। ରାସ୍ତାର ଉଭୟ ପାଶ୍ୱର୍ରେ ଯାନବାହାନ ଗୁଡ଼ିକ ଅଟକି ରହିଥିବା ସୂଚନା ମିଳିଛି।

Leave A Reply