ପାରିବାରିକ କଳହରୁ ହତ୍ୟା ଅଭିଯୋଗ

0

ବ୍ରହ୍ମପୁର : ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲାଠି ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ପୁଅ ମାଡ଼ରେ ବୃଦ୍ଧ ବାପାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଜଣାପଡ଼ିବା ପରେ ଗ୍ରାମବାସୀମାନେ ଅଭିଯୁକ୍ତ ପୁଅକୁ ଅଟକ ରଖି ପୁଲିସକୁ ସୂଚନା ଦେଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ବୁଧବାର ରାତିରେ ଅଭିଯୁକ୍ତ ଯୁବକ ନିଶାସକ୍ତ ଅବସ୍ଥାରେ ନିଜ ଘରେ ପାଟିତୁଣ୍ଡ କରିଥିଲା। ଏହାକୁ ତା’ର ବାପା ବିରୋଧ କରିଥିଲେ। ଫଳରେ ଉତ୍ତ୍ୟକ୍ତ ହୋଇ ଯୁବକ ଜଣକ ତାଙ୍କ ବାପାଙ୍କୁ ମାରିବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପାଟି ଶୁଣି ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକକୁ ଧରିବା ସହ ପୁଲିସକୁ ଖବର ଦେଇଥିଲେ।

Leave A Reply