ଯୁବକଙ୍କ ମୃତଦେହ ଉଦ୍ଧାର

0

ଅନୁଗୁଳ : ଅନୁଗୁଳ ଜିଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ  କୁଶକିଲା ଗ୍ରାମର କେନ୍ଦୁଢିପ ବିଲହୁଡ଼ାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଉଛନ୍ତି କୁଶକିଲା ଗ୍ରାମର ବୁଧୁ ନାୟକ।
ସୂଚନା ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟାରେ ବୁଧୁ ଖାଇ ସାରିବା ପରେ ଘରୁ କେଉଁ ଆଡ଼େ ଯାଇଥିଲେ। ବୁଧବାର ସକାଳେ ମୃତଦେହ ପଡ଼ିଥିବାର ପିଲାମାନେ ଦେଖି ଗାଁରେ ଖବର ଦେଇଥିଲେ। ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନି ତାଙ୍କ ପରିବାରକୁ ଖବର ଦେଇଥିଲେ। ବୁଧୁଙ୍କ ବେକରେ ମାଡ଼ର ଦାଗ ଓ ସେ ଖାଇଥିବା ଖାଦ୍ୟ ପାଟି,ନାକରୁ ବାହାରି ଥିବା ଜଣାପଡ଼ିଛି। ପରିବାର ଲୋକେ ବୁଧୁଙ୍କୁ କେହି ହତ୍ୟା କରିଛି ବୋଲି ଜରପଡ଼ା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

Leave A Reply