ବରିଷ୍ଠ କଂଗ୍ରେସ ନେତା ହିରହର କରଣଙ୍କ ପରଲୋକ

0

ଭୁବନେଶ୍ୱର : ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ହରିହର କରଣଙ୍କ ପରଲୋକ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା।
ସେ ଷଷ୍ଠ, ସପ୍ତମ, ଅଷ୍ଟମ, ନବମ, ଏକାଦଶ, ଦ୍ୱାଦଶ ବିଧାନସଭାରେ ସଦସ୍ୟ ଥିଲେ। କଟକ ମଧୁସୂଦନ ଆଇନ ମହାବିଦ୍ୟାଳୟରେ ପଢିବାବେଳେ ୧୯୬୮ ରୁ ୧୯୭୧ ଯାଏ ସେ ଛାତ୍ର ସଂସଦର ସଭାପତି ଥିଲେ। ଏହା ପରେ ରାଜ୍ୟ କଂଗ୍ରେସ କମିଟିର ସାଧାରଣ ସଂପାଦକ ଓ ଏଆଇସିସି ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ୧୯୮୦ ମସିହାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ୨୦୧୩ ମସିହାରେ ସେ ପିସିସି ଶୃଙ୍ଖଳା କମିଟି ମୁଖ୍ୟ ଥିଲେ।

Leave A Reply