ବିଦ୍ୟୁତ ଆଘାତରେ କର୍ମଚାରୀ ମୃତ

0

ସୁଆଣ୍ଡୋ – ପୁରୀ ଜିଲା ସାକ୍ଷୀଗୋପାଳ ସେସୁ ଉପଖଣ୍ଡ ଅଧିନ ସୁଆଣ୍ଡୋ ନିକଟରେ ବିଦ୍ୟୁତ ଖୁଣ୍ଟିରେ ଚଢି କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ସୁରେନ୍ଦ୍ର ସ୍ୱାଇଁ (୫୮)। ସୂଚନା ଯୋଗ୍ୟ, ରବିବାର ଲାଇନ କଟିଥିଲା। ସୋମବାର ସକାଳ ଆଠଟା ବେଳେ ସେସୁ ଲାଇନମ୍ୟାନ ଘୁସୁରିଖାଲ ଲାଇନ ସଂଯୋଗ କରିବା ପାଇଁ ଟ୍ରାନ୍ସଫର୍ମର ଲାଗିଥିବା ଖୁଣ୍ଟିରେ ଚଢି କାମ କରୁଥିଲେ। ହଠାତ ବିଦ୍ୟୁତ ସଂଯୋଗ ହୋଇଯିବାରୁ ସେ ବିଦ୍ୟୁତ ଆଘାତରେ ତଳକୁ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ଘଟଣାସ୍ଥଳରୁ ଆଣି ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ତାଙ୍କୁ ସାକ୍ଷୀଗୋପାଳ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ନିଆ ଯାଇଥିଲା। ଏହାପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ପୁରୀ ପଠାଯାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନା ଅନୁଯାୟୀ, ଏଠାରେ ଥିବା ଟ୍ରାନ୍ସଫର୍ମର ଟି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ବିଗତ କିଛି ଦିନରେ ଚାରିପାଞ୍ଚ ଜଣ କର୍ମଚାରୀ ଆଘାତପ୍ରାପ୍ତ ହୋଇଛନ୍ତି। ଏହାକୁ ନେଇ ସାକ୍ଷୀଗୋପାଳ ବିଦ୍ୟୁତ ବିଭାଗର ଅଧିକାରୀ କୌଣସି ପଦକ୍ଷେପ ନେଉ ନଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Leave A Reply