ଶ୍ୱାସରୁଦ୍ଧ ହୋଇ ଜଣେ ମୃତ

0

ନୟାଗଡ଼: ଆଜି ଓଡ଼ଗାଁରେ ଏକ ପାଇଖାନା ଟାଙ୍କିର ଛାତର ସେଣ୍ଟ୍ରିଂ ଖୋଲୁଥିବାବେଳେ ଶ୍ୱାସରୁଦ୍ଧ ହୋଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ବୈକୁଣ୍ଠ ବେହେରା ବୋଲି ଜଣାପଡ଼ିଛି। ବୈକୁଣ୍ଠ ତାଙ୍କ ପୁତୁରା ପବନ ବେହେରା ସହିତ ସେଣ୍ଟ୍ରିଂ ଖୋଲିବାକୁ ଆଜି ସକାଳେ ଟାଙ୍କି ଭିତରକୁ ପଶିଥିଲେ। ହଠାତ୍‍ ତା ଭିତରେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣ ଚେତା ହରାଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ଦୁଇଜଣଙ୍କୁ ଉଦ୍ଧାର କରି ନୟାଗଡ଼ ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ବୈକୁଣ୍ଠଙ୍କୁ ମୃତ ଘୋଷଣା କରିଥିବା ବେଳେ ପବନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply