ନିଆଁ ପୋଡି ହୋଇଥିବା ଦମ୍ପତ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

0

ନୟାଗଡ : ନିଆଁରେ ପୋଡି ହୋଇଥିବା ଦମ୍ପତ୍ତିଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ଉଭୟ କଟକ ବଡ ମେଡିକାଲରେ ଚିକିତ୍ସା ହେଉଥିଲେ। ତେବେ ବୁଧବାର ବିଳମ୍ବିତ ରାତିରେ ଉଭୟଙ୍କର ମୃତ୍ୟୁ ହୋଇଯାଇଛି।

ସୂଚନାଯୋଗ୍ୟ ଯେ, ନୟାଗଡ ଖଣ୍ଡପଡା ମଙ୍ଗଳସାହିର ସଦାନନ୍ଦ ପ୍ରଧାନ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣବଶତଃ କଳହ ହୋଇଥିଲା। ଏଥିରେ ଉତକ୍ଷେପିତ ହୋଇ ସଦାନନ୍ଦ ନିଜ ଦେହରେ କିରୋସିନୀ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ ମଧ୍ୟ ପୋଡି ଯାଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

Leave A Reply