ମେଡ଼ିକାଲ ଛାତରୁ ପଡ଼ି ରୋଗୀ ମୃତ, କାରଣ ଅସ୍ପଷ୍ଟ

0

ଢେଙ୍କାନାଳ : ରବିବାର ସକାଳେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟର ଚାରି ତାଲାରୁ ପଡ଼ିଯିବାରୁ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି। ମୃତ ରୋଗୀଜଣକ ହେଉଛନ୍ତି ଭାପୁର ଫାଣ୍ଡି ଅନ୍ତର୍ଗତ ହରିଡ଼ାପଶି ଗ୍ରାମର ଟୁକୁଲି ଭୋଳା (୩୫)।
ତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ଗ୍ୟାସଷ୍ଟିକ ରୋଗରେ ଆକ୍ରାନ୍ତ ହୋଇଥିବା ଟୁକୁଲିଙ୍କୁ ଶନିବାର ସକାଳ ୫ଟାରେ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡ଼ାକ୍ତରଖାନାର କର୍ତ୍ତୃପକ୍ଷ ତାଙ୍କୁ ୪ର୍ଥ ମହଲାରେ ବେଡ଼୍‍ ଦେଇଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନଥିଲା। ତାଙ୍କ ଦେହହାତ  ଥରୁଥିବା ସହ ମାନସିକ ସ୍ଥିତି ଭଲ ନଥିଲା।
ତାଙ୍କ ଶାଳକ ରାକେଶ ନାୟକ ଶନିବାର ତାଙ୍କୁ ଜଗି ରହିଥିଲେ। ଭୋର ୪ଟା ସମୟରେ ସେ ଅଧିକ ବାଉଳି ହୋଇ ଉଠି ପଡ଼ି ବାହାରୁ ଚାଲିଆସିଥିଲେ, ଶାଳକ ତାଙ୍କୁ ଅଟକାଇବାକୁ ଚେଷ୍ଟା କଲେ ମଧ୍ୟ ସେ ପଳାଇ ଯାଇ ବାଲକୋନିରୁ ଡ଼େଇଁ ପଡ଼ିଥିଲେ। ଘଟଣାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି।

Leave A Reply