ଜମି ପାଇଁ ସଂଘର୍ଷ , ଜଣେ ମୃତ ୬ ଆହତ

ଜଳେଶ୍ୱର : ଜଳେଶ୍ୱର ବାଲିଆପାଳ ଥାନା କଟ୍ରାମହଲ ଗାଁରେ ସୋମବାର ବିଦ୍ୟାଳୟ ଜମି ବିବାଦରୁ ଉତ୍ତେଜନା ଓ ହତ୍ୟାକାଣ୍ଡ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ବାଲେଶ୍ୱର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସ୍କୁଲ ଜମିରେ ଘର ନିର୍ମାଣ ବେଳେ ଏକ ପରିବାରକୁ ଗ୍ରାମବାସୀ ବିରୋଧ କରିଥିଲେ। ଫଳରେ ଗ୍ରାମବାସୀ ଓ ଉକ୍ତ ପରିବାର ସଦସ୍ୟଙ୍କ ମଧ୍ୟରେ ବଚସା ହୋଇଥିଲେ। ଏହାପରେ ଗାଁ ଲୋକଙ୍କୁ ସମ୍ପୃକ୍ତ ପରିବାରର ଲୋକେ ଆକ୍ରମଣ କରିଥିଲେ।

Comments are closed.